କେନ୍ଦୁଝର : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ବଡ଼ବିଲରେ ଅନୁଷ୍ଠିତ ‘ମାଇନିଙ୍ଗ୍ ଏରିଆ ଟ୍ରକ୍ ଓନର୍ସ ଆସୋସିଏସନ୍’ର ଏକ ବୈଠକରେ ଯୋଗ ଦେଇ ଆଶ୍ରମକୁ ଫେରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ତାଙ୍କ ଛାତିରେ କଷ୍ଟ ହୋଇଥିଲା ଓ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ନିଜ ଗାଡ଼ିରେ ତାଙ୍କର ସହକର୍ମୀ ଦମୟନ୍ତୀ ସାମଲ ଯୋଡ଼ାରେ ଥିବା ଟିସ୍କୋ ହସ୍ପିଟାଲକୁ ନେଇଥିଲେ। ସେଠାରେ ଦୁଇଘଣ୍ଟାର ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତରମାନେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଥିଲେ। ଏହାପରେ ଗତସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଜଧାନୀ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ଏବେ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ଖବର ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି।ରାଜ୍ୟପାଳ ଗଣେଶୀ ଲାଲ ତୁଳସୀ ମୁଣ୍ଡାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ସେହିପରି ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଚିକ୍ତା ପ୍ରକଟ କରିଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛନ୍ତି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା କଇଁ ଶ ଗ୍ରାମରେ ଜନ୍ମ ନେଇ ପଙ୍କ ରୁ ପଦ୍ମ ଫୁଟିଲା ପରି ଶ୍ରମିକ ଓ ଆଦିବାସୀଙ୍କ ହକ ଓ ଉନ୍ନତି ପାଇଁ ନିଜ ଜୀବନ ଉତ୍ସର୍ଗ କରି ଦେଇଛନ୍ତି ସମସ୍ତଙ୍କ ପ୍ରିୟ ତୁଳସୀ ଅପା । ଆଦିବାସୀ ଓ ଗରିବ ଖଣି ଅଞ୍ଚଳ ଶ୍ରମିକ ଙ୍କ ପିଲାମାନଙ୍କ ଯତ୍ନ ଓ ଶିକ୍ଷା ଦେବା କ୍ଷେତ୍ରରେ ଡ. ତୁଳସୀ ମୁଣ୍ଡା ଙ୍କ ବଳିଦାନ ଅଦ୍ୱିତୀୟ । ସମସ୍ତ ଖଣି ସହର ବାସୀ ତୁଳସୀ ଅପାଙ୍କ ଆଶୁ ଆରୋଗ୍ୟ ପାଇଁ ପାର୍ଥନା କରିଛନ୍ତି ।



Visitors Today : 2
Total Visitors : 130310
Total Views : 9891813
Visitors Online Now : 0