spot_img

ଆଜିର ମୁଖ୍ୟ ଖବର….

( )ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ…..ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତ୍ତି….ଧାନକିଣା ଅନିୟମିତତା ଓ ଚାଷୀ ସମସ୍ୟାକୁ ନେଇ ବାଚସ୍ପତ୍ତିଙ୍କ ପୋଡିୟମ ନିକଟରେ କଂଗ୍ରେସ , ବିଜେପି ବିଧାୟକକଙ୍କ ନାରାବାଜି ଓ ହୋହଲ୍ଲା ଜାରି…..
( ) ଜାମ୍ମୁ କାଶ୍ମୀର ସୋଫିଆରେ ଏନକାଉଣ୍ଟର ……ଗଡିଲା ୩ ଆତଙ୍କୀ ମୁଣ୍ଡ, ଜଣେ ପୋଲିସକର୍ମୀ ଶହୀଦ….ବଡଗାମର ବିରବା ଅଞ୍ଚଳରେ ସର୍ଚଅପରେସନ ବେଳେ ଗୁଳି ବିନିମୟ….. ବିପୁଳ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ….. ଆଜି ସକାଳୁ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବନିମୟ……
( )ଇତିହାସ ରଚିଲା ନାସା…. ମଙ୍ଗଳ ଗ୍ରହରେ ସଫଳତାର ସହ ପାଦ ଥାପିଲା ନାସାର ଯାନ ପର୍ସିଭିରନ୍ସ ରୋଭର…..ଦୀର୍ଘ ସାତ ମାସର ଯାତ୍ରା ପରେ ଗତକାଲି ରାତି ୨:୨୫ରେ ମଙ୍ଗଳ ଗ୍ରହରେ ଅବତରଣ କଲା ରୋଭର….ଜଳ ଏବଂ ଜୀବନସତ୍ତାର ସନ୍ଧାନ ସହ ମାଟି ସାମ୍ପୁଲ ଧରି ପୃଥିବୀ ଫେରିବା ଲକ୍ଷ….ସେପଟେ ନାସାର ସଫଳତା ପାଇଁ ଅଭିନ୍ଦନ ଜଣାଇଲେ ରାଷ୍ଟ୍ରପତି ବାଇଡେନ୍….
( ) ମାଘ ସପ୍ତମୀରେ ବିନା ଶ୍ରଦ୍ଧାଳୁରେ କୋଣାର୍କରେ ହେଲା ଚନ୍ଦ୍ରଭାଗା ବୁଡ….. କୋଭିଡ କଟକଣାରେ ଠାକୁର ମାନଙ୍କ ପାରମ୍ପାରିକ ନିତୀ ସମ୍ପର୍ଣ୍ଣ….. ବୁଡ ପକାଇଲେ ସାଧୁ, ସନ୍ଥ, ଓ ସେବାୟତ…. ଦିନ ଗୋଟାଏ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା…..
( ) ତେଲ ଦରରେ ନିଆଁ…. ବଢିଲା ପେଟ୍ରୋଲ ଓ ଡିଜେଲ ଦର…..ରାଜଧାନୀରେ ୯୦.୬୦ ପଇସା ଛୁଇଁଲା ପେଟ୍ରୋଲ….. ମାଲକାନଗିରିରେ ଦର ସର୍ବାଧିକ…..ସେପଟେ ଆଗକୁ ଅନ୍ୟାନ୍ୟ ଖାଇବା ସାମଗ୍ରୀ ଉପରେ ଦର ବୃଦ୍ଧିର ପ୍ରଭାବ ପଡିବା ନେଇ ଆକଳନ…..
( ) ଯଦୁପୁର ପରୀ ହତ୍ୟା ମାମଲା….ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତର ଏଲଭିଏ ଟେଷ୍ଟର ହେବ ଶୁଣାଣି…..ନାବାଳକର ଏଲଭିଏ ଟେଷ୍ଟ କରିବାକୁ ଆବେଦନ କରିଛି ଏସଆଇଟି……ପୂର୍ବରୁ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ମନା କରିଥିଲା ଅଭିଯୁକ୍ତ…..
( )୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା…..ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡିଶାରେ ହୋଇପାରେ ମଧ୍ୟମ ଧରଣର ବର୍ଷା…..ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…..

LEAVE A REPLY

Please enter your comment!
Please enter your name here

- Advertisment -

Most Popular