spot_img

ଅଗ୍ନିକାଣ୍ଡରେ ଜଳିଗଲା ୨ବଖରା ଘର

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଏକାଧିକ ଛେଳି ପୋଡିଯାଇଥିବାର ସୂଚନା ମିଳିଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଧାବଲ୍ଲଭପୁର ଗାଁର ରାମ ରାଉତଙ୍କ ଘରୁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁଟି  ଅନ୍ୟ ଘରକୁ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ସହ ଧାମନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ନିଆଁ ଲାଗିବା ଦ୍ୱାରା ଘରେ ଥିବା ଧାନ ଓ ଅନ୍ୟାନ୍ୟ ଆସବାବପତ୍ର ଜଳିଯାଇଛି । ତେବେ ଗୁହାଳ ଭିତରେ ଥିବା ୮ଟି ଛେଳି ମଧ୍ୟ ଜୀବନ୍ତ ଜଳି ଯାଇଥିବା ସୂଚନା ମିଳିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular