spot_img

ଗୃହରେ ଧାନ କିଣା ନେଇ ମନ୍ତ୍ରୀଙ୍କ ବିବୃତି: ଏଯାବତ ୨୧ ପ୍ରତିଶତ ବଢ଼ିଛି ଧାନ ସଂଗ୍ରହ

ଭୁବନେଶ୍ୱର: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ କିଣା ନେଇ ବିବୃତି ରଖିଛନ୍ତି । ଧାନ କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କରେ ଜଣାଇଦିଆଯାଉଛି। ୧୯ ତାରିଖ ସୁଦ୍ଧା ମୋଟ ୫୫ ଦଶମିକ ୦୩ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରାଯାଇଛି। ଗତ ଖରିଫ ଋତୁରେ ଏହି ଦିନ ସୁଦ୍ଧା ୪୫ ଦଶମିକ ୬୧ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଥିଲା। ଏବର୍ଷ ଏବେ ସୁଦ୍ଧା ଧାନ ସଂଗ୍ରହ ୨୧ ପ୍ରତିଶତ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୯ ଦଶମିକ ୯୩ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି। ଏ ବାବଦକୁ ୧୦ ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ଧାନ ସଂଗ୍ରହ କାର୍ୟ୍ୟ ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ। ବିରୋଧୀଙ୍କ ବ୍ୟକ୍ତିଗତ ଏଜେଣ୍ଡା ପାଇଁ ସେମାନେ ହୋହଲ୍ଲା କରୁଛନ୍ତି। ଆମେ ବାହାର ରାଜ୍ୟର ବ୍ୟବସାୟୀଙ୍କର ଧାନ କିଣିବୁ ନାହିଁ। କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular