spot_img

ଦିଲ୍ଲୀ ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଜ

ଦିଲ୍ଲୀ ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଜ କଲେ ଅଭିଯୁକ୍ତ ଲଖା ସିଂହ ସିଧାନ । ଜାନୁଆରୀ ୨୬ ଦିଲ୍ଲୀ ହିଂସାର ମାଷ୍ଟର ମାଇଣ୍ଡ ଲଖା ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସୋୟାର କରି ପୋଲିସକୁ ଚ୍ୟାଲେଞ୍ଜ କରଛି ।ଭିଡିଓ ଜରିଆରେ ଲଖା କୃଷକଙ୍କୁ ସମର୍ଥନ କରି ଫେବୃଆରୀ ୨୩ ତାରିଖରେ ଆଉ ଏକ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ସେ ଏହି ପ୍ରଦର୍ଶନ ଭଟିଣ୍ଡା ଜିଲ୍ଲାର ମେହରାଜ ପିଣ୍ଡରେ କରିବା ନେଇ ଘୋଷଣା କରଛି । ଏହି ପ୍ରଦର୍ଶନରେ ସେ ପଞ୍ଜାବ ଯୁବକଙ୍କୁ ସାମିଲ ହେବାକୁ ମଧ୍ୟ ଅପିଲ କରିଛି। ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା ମାମଲାର ଅଭିଯୁକ୍ତ ଲଖା ସିଂହକୁ ପୋଲିସ ଗତ ୨୫ ଦିନ ହେଲା ଖୋଜୁଛି। ଦିଲ୍ଲୀ ପୋଲିସ ତରଫରୁ ଲଖା ସିଂହ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular