ଢେଙ୍କାନାଳ : ଚାଷୀଙ୍କୁ ଟୋକାନ ମିଳୁଛି । ହେଲେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି । ଫଳରେ ହତାସ ହୋଇ ଫେରୁଛନ୍ତି ଚାଷୀ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଫଳରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଛକଠାରେ ଧାନ ରଖି ଜାତୀୟ ରାଜପଥ ୫୩ ଅବରୋଧ କରିଥିଲେ ଶତାଧିକ ଚାଷୀ । ଧାନ ମଣ୍ଡିରୁ ଧାନ ନଉଠିବା ସହିତ ଟୋକନ ମିଳିଥିବା ସତ୍ତ୍ବେ କଟିଯିବା କାରଣରୁ ରାସ୍ତା ଅବରୋଧ କରାଯାଇଛି । ସୁଚନା ଅନୁସାରେ, କାମାକ୍ଷାନଗର କାଦୂଆ ଧାନ ମଣ୍ଡିରେ କାଦୁଆ, ସମାଟାଙ୍ଗି, ବାଉଁଶପାଳ, ବାଙ୍ଗୁରା ଗ୍ରାମର ଚାଷୀ ସେମାନଙ୍କର ଧାନକୁ ବିକ୍ରିକରିବା ପାଇିଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଚାଷୀମାନଙ୍କର ଧାନ ଉଠିପାରିନାହିଁ । ଟୋକନ ମିଳିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କିଛି ଚାଷୀଙ୍କର ଟୋକନ କଟିଯାଇଛି । ଯାହା ଫଳରେ ଚାଷୀଙ୍କ ଧାନ ଏବେ ମଣ୍ଡିରେ ପଡିରହିଛି । ଆଗକୁ ବର୍ଷା ଆସୁଥିବାରୁ ଧାନ ଗଜା ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଏନେଇ ଚାଷୀମାନେ ଗତ ୨୯ ତାରିଖରେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ । ଯାହା ଫଳରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଆନ୍ଦୋଳନ କାରି ଚାଷୀଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନର ହସ୍ତକ୍ଷେପ ପରେ ଅଧିକ ଧାନ ମଣ୍ଡିର ବ୍ୟବସ୍ଥାର ପ୍ରତିଶ୍ରୁତି ମିଳିବା ପରେ ପ୍ରାୟ ୧ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0