ମୁମ୍ବାଇ: ପୁଣି ଉପର ମୁହାଁ ହୋଇଛି ମହାମାରୀ କରୋନା । ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକ, ପଞ୍ଜାବ ଓ ମଧ୍ୟପ୍ରେଦଶରେ ଏହି ୬ଟି ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇରେ ସର୍ବାଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟି ରଖି ମୁମ୍ବାଇ ମହାନଗର ନିଗମ କଡା କାର୍ୟ୍ୟାନୁଷ୍ଠନ ଗ୍ରହଣ କରିଛି। ବିଏମସି ପକ୍ଷରୁ ୧୩୦୫ଟି ବିଲ୍ଡିଂ ସିଲ୍ କରାଯାଇଛି। ସେହିପରି ଅନେକ ରେସ୍ତୋରାଁରେ ଚଢ଼ାଉ ମଧ୍ୟ ହୋଇଛି। ଶନିବାର ବାନ୍ଦ୍ରା ସ୍ଥିତି ତିନିଟି ରେସ୍ତୋରାଁ ଏବଂ ଗୋଟିଏ କ୍ଲବରେ ବିଏମସି ଚଢ଼ାଉ କରିଛି। ଏହି ସବୁ ସ୍ଥାନରେ ଲୋକେ ମାସ୍କ ଏବଂ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ମୋଟା ଅଙ୍କର ଚାଲାଣ କାଟିଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0