ଭୁବନେଶ୍ୱର : ପୁଣି ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଆସିବାରୁ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । କେତେକ ରାଜ୍ୟମାନଙ୍କରେ ପୁଣି ଲକଡାଉନ୍ ଫେରିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଆମେ କୋଭିଡର ସଠିକ ମୁକାବିଲା କରି ସଫଳତା ପାଇଛୁ। ପୂର୍ବଭଳି ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାଇ ରଖନ୍ତୁ। ଏଥିରୁ ବିଚ୍ୟୁତ ହେବା ଉଚିତ୍ ନୁହେଁ।
ଆମର ଯଦିଓ ଭୟାବହତା ନାହିଁ, ତଥାପି ଏହାକୁ ହାଲକାରେ ନେବା ଉଚିତ୍ ନୁହେଁ। ମନ୍ତ୍ରୀ ସମୀର ଦାସ କହିଛନ୍ତି ଯେ, ସ୍କୁଲ ବନ୍ଦ କିମ୍ବା ଲକଡାଉନ୍ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ, ସେ ସଂପର୍କରେ ଚିନ୍ତା କରାଯିବ।ବର୍ତ୍ତମାନ ଏସ୍ଓପି ଅନୁଯାୟୀ ସ୍କୁଲ ଚାଲିଛି । ଅବସ୍ଥାକୁ ଦେଖି ବିଚାର କରାଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗତକାଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି, ‘ ଆମେ ସଚେତନ ରହିବା ଦରକାର’।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0