spot_img

ଦିଦିଙ୍କ ପାଇଁ ବଢିଲା ଅଡୁଆ, ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସରଗରମ ହେବାରେ ଲାଗିଛି ପଶ୍ଚିମବଙ୍ଗ ରାଜନୀତି । ରାଜନୈତିକ ହିଂସା ପରେ ଏବେ ତୃରମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତୃଣମୂଳ କଂଗ୍ରେସର ସାଂସଦ ଥିବା ଅଭିଷେକ ବାନାର୍ଜୀଙ୍କ ଘରେ ପହଂଚିଛି ସିବିଆଇ ଟିମ । କୋଇଲା ଚୋରା ଚାଲାଣ ଘଟଣାରେ ପଚରା ଉଚରା କରିବାକୁ ସିବିଆଇ ଟିମ୍ ଏକ ନୋଟିସ ନେଇ ଅଭିଷେକଙ୍କ ଘରେ ପହଂଚିଛି । ଅଭିଷେକଙ୍କ ଘରେ ସିବିଆଇ ଦେଇଥିବା ସମନ ମୁତାବକ ଅଭିଷେକଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ କୋଇଲା ଚୋରା ଚାଲାଣ ନେଇ ୨୪ ଘଂଟା ମଧ୍ୟରେ ପଚରାଉଚରା କରାଯିବ । ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସିବିଆଇର ଏଭଳି କାର୍ୟ୍ୟକଳାପକୁ ନେଇ ରାଜନୈତିକ ମହଲରେ ଚଚ୍ଚା ଆରମ୍ଭ ହୋଇଛି । କହିରଖୁ କି ଅବୈଦ୍ଧ ଭାବେ କୋଇଲା ଖନନ ଓ ଏହାର ଚୋରା ଚାଲଣକୁ ନେଇ ସିବିଆଇ ପକ୍ଷରୁ ଲଗାତର ଭାବେ ଚଢାଉ ଜାରି ରହିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜୟଦେବ ମଣ୍ଡଳ ଦୀର୍ଘ ଦିନ ହେବ ଫେରାର୍ ରହିଛନ୍ତି । ସେପଟେ ତୃଣମୂଳ କଂଗ୍ରେସର ଏମପି ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମରେ ଦାୟର କରିଥିବା ମାନହାନୀ ମାମଲାର ଶୁଣାଣି କରି କୋର୍ଟ ସୋମବାର ସୁଦ୍ଧା ନିଜେ ଅମିତ ଶାହା ବା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular