ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟରେ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହିବାବଦରେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମହାନଗର ନିଗମ କମିଶନର, ପୌରପାଳିକା କାର୍ୟ୍ୟନିର୍ବାହୀ ଅଧିକାରୀ ଓ ଏନ୍ଏସି କର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ କୋଭିଡ୍ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ପଦକ୍ଷେପ ନେବାକୁ ସେ କହିଛନ୍ତି। ଲୋକମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ କଡ଼ାକଡ଼ି ପାଳନ କରିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କରୋନା ସଂପର୍କରେ ସଚେତନ କରାଇଭାକୁ ମାଇକ ଯୋଗେ ପ୍ରଚାର କରିବାକୁ ମଧ୍ୟ କୁହାଯାଇଛି।
ସେହିପରି କରୋନା ଗାଇଡଲାଇନ ପାଳ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ କୁହାଯାଇଛି । ସେହିପରି କୌଣସି ସ୍ଥାନରେ ଅନେକ ଲୋକ ଏକାଠି ହେବାକୁ ଏଡ଼ାଇବା ଲାଗି କୁହାଯାଇଛି । ବାହାଘର, ବ୍ରତଘର ଭଳି ସାମାଜିକ କାର୍ୟ୍ୟକ୍ରମରେ ଯେପରି କରୋନା ନିୟମାବଳୀ ପାଳନ ହେବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ସହରକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ। ସହରରେ ରାତି ୧୧ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସମୟରେ ଜରୁରୀ ସେବାରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ଗାଡି ଚଳାଚଳ ବନ୍ଦ ରଖାଯାଇଛି। ସେହିପରି ଆସନ୍ତା ୨୮ ତାରିଖ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ସେହି ରାତି ୧୧ ପୂର୍ବରୁ ହୋଟଲ ଗୁଡିକ ମଧ୍ୟ ବନ୍ଦ ରହିବ। ବିବାହ ଏବଂ ଭୋଜିଭାତ କିମ୍ବା କୌଣସି କାର୍ୟ୍ୟକ୍ରମରେ ୨୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଏଭଳି କାର୍ୟ୍ୟକ୍ରମ ପାଇଁ ପୁଲିସ ଠାରୁ ଏନଓସି ନେବାକୁ ପଡିବ। କର୍ଫ୍ୟୁ ସମୟରେ ବିବାହ, ହଲ, ବଜାର, ସିନେମା ହଲ ଆଦି ପୁରାପୁରି ବନ୍ଦ ରହିବ। ଆସନ୍ତାକାଲିଠାରୁ ନୂଆ ଗାଇଡଲାଇନ୍ କାର୍ୟ୍ୟକାରୀ ହେବ ବୋଲି ପୁଣେ ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଓଡ଼ିଶାରେ ଯଦିଓ ଭୟାବହତା ନାହିଁ। ତେବେ ଏହାକୁ ହାଲକା ନେବା ଉଚିତ୍ ନୁହେଁ । ବିଶେଷ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କିମ୍ବା ଲକ୍ ଡାଉନ୍ କଥା ଚିନ୍ତା କରାଯିବ। ଏବେ ଝଙଚ ଆଧାରରେ ସ୍କୁଲ ଚାଲିଛି ଏବଂ ଅବସ୍ଥାକୁ ଦେଖି ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0