spot_img

ସ୍କୁଲରେ କୋଭିଡ-୧୯ ଗାଇଡଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୁଣିଥରେ କରୋନା କାୟା ମେଲାଉଥିବା ବେଳେ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଏବେ ସ୍କୁଲ ଗୁଡିକରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠ ପଢା ଚାଲିଥିବାରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସ୍କୁଲ ଚାଲିଥିବା ସମୟରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଥର୍ମା ଲ ସ୍କ୍ରିନିଂ ଏବଂ ହାଣ୍ଡ ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍କୁଲ ପରିସରକୁ ସାନିଟାଇଜ କରିବାକୁ ଚିଠିରେ କୁହାଯାଇଛି । ଏହାଛଡା ସ୍କୁଲ ପରିସରରେ ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ୟ୍ୟକ୍ରମକୁ ବାରଣ କରାଯାଇଛି । ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular