ଭୁବନେଶ୍ୱର : ଆଜି ଆସିବ ରାଜ୍ୟ ବଜେଟ୍ । ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।
୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ, ଏହାକୁ ସରକାର କେମିତି ଟ୍ରାକ୍କୁ ଆଣିବେ, କେଉଁ ପଦକ୍ଷେପ ନେବେ, କେଉଁ କ୍ଷେତ୍ରକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବେ, କିଛି ପ୍ୟାକେଜ୍ ଘୋଷଣା କରିବେ କି ନାହିଁ, ସେନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏପଟେ ମୁଣ୍ଡପିଛା ଆୟ କମିଥିବା ବେଳେ, ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢାଇଛି । ତେଣୁ ମହାମାରୀ କରୋନା ପରେ ଆସୁଥିବା ଏହି ବଜେଟ୍ ଉପରେ ବିଭିନ୍ନ ବର୍ଗର ଲୋକ ଆଶା ରଖିଛନ୍ତି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0