ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା । ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ୭୦ ପ୍ୟାକେଟ ଗଂଜେଇ ଜବତ କଲା ସଦର ପୁଲିସ । ଜବତ ଗଂଜେଇ ୩ କ୍ୱିଂଟାଲ ୫୨ କିଲେ ଥିବା ଜଣାପଡ଼ିଛି । ମାଲକାନଗିରିରୁ ବିହାର ଯାଉଥିବା ଏକ ପିକଅପ ଭ୍ୟାନରେ ଚାଲଣ ହେଉଥିଲା । କୌଣସି ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇଁ ଇନ୍ଦ୍ରାବତୀ ପୋଲ ନିକଟରେ ଜଗି ରହିଥିଲା ପୋଲିସ । ପିକଅପ ଭ୍ୟାନକୁ ଜବତ କରିବା ସହ ଗଂଜେଇ ଚୋରାଚାଲଣ କରୁଥିବା ୨ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0