spot_img

ଚଉଷଠୀ ଯୋଗିନୀ ପୀଠ ଦର୍ଶନ କଲେ ସୁପ୍ରିମକୋର୍ଟ ବିଚାରପତି

ଖୋର୍ଦ୍ଧା : ସୁପ୍ରିମକୋର୍ଟ ବିଚାରପତି ଶ୍ରୀ ଭୂଷଣ ରାମକୃଷ୍ଣ ଗାଭାଲ ସପରିବାରେ ଶନିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ହୀରାପୁର ସ୍ଥିତ ପ୍ରସିଦ୍ଧ ଚଉଷଠୀ ଯୋଗିନୀ ପୀଠ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ତାଙ୍କ ସହ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂହ , ପୂର୍ତ ବିଭାଗ କମିସନର୍ କ୍ରିଷନ କୁମାର , ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି , ଉପ ଜିଲ୍ଲାପାଳ ଦେବବ୍ରତ ସାହୁ ଓ ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ବିଚାରପତି ଶ୍ରୀ ଗାଭାଲ ମନ୍ଦିରରେ ପ୍ରବେଶ କରିବା ପରେ ପ୍ରଥମେ ପ୍ରଭୁ ସଂକଟେଶ୍ୱର ଓ ଗୋପିନାଥ ଦେବଙ୍କୁ ଦର୍ଶନ କରିଥିଲେ । ଏହାପରେ ସେ ମହାମାୟାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ମହାମାୟାଙ୍କ ପୀଠ ଭିତରେ ଧ୍ୟାନମୁଦ୍ରାରେ ବସି କିଛି ସମୟ ପ୍ରାଥନା କରିବା ପରେ ଯୋଗିନୀଙ୍କ ପ୍ରତିମୂର୍ତିକୁ ଗୋଟିକ ପରେ ଗୋଟିଏ ବୁଲି କରି ଦେଖିଥିଲେ । ପତ୍ନୀ ଓ ଫୁଅଙ୍କ ସହ ଫଟୋ ବି ଉଠାଇଥିଲେ । ମନ୍ଦିର ଗହ୍ୱରରେ ସ୍ଥାପିତ ପ୍ରତିମୂର୍ତି ସମୂହର ଅଙ୍ଗଭଙ୍ଗୀ , କେଶ ବିନ୍ୟାସ ଏବଂ ରୂପଚର୍ଯ୍ୟା ସଂପର୍କରେ ପୂଜକମାନଙ୍କୁ ପଚାରି ବୁଝିଥିଲେ । ପୀଠର ଚାରିକଡ ମଧ୍ୟ ବୁଲି ଦେଖିଥିଲେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular