ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଜାଲି ସଂସ୍ଥା ଖୋଲି କାଗଜପତ୍ରରେ ବେପାର ଦେଖାଇ କୋଟିକୋଟି ଠଙ୍କା ଜିଏସ୍ଟି ବାବଦକୁ ଠକିନେବା ଅଭିଯୋଗ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଏଭଳି ଠକ ବେପାରୀମାନେ ସରକାରଙ୍କୁ ଚୁନ ଲଗାଇ ଚାଲିଛନ୍ତି। ୨୦୧୮ ମସିହାରୁ ଆଜି ପର୍ୟ୍ୟନ୍ତ ୧୭୪୪ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଧରା ପଡ଼ିଥିବା ବେଳେ ୧୧ ଜଣଙ୍କୁ ଗିରଫ କରାଯାଇଛି। ଗତବର୍ଷ ଏହି ଠକେଇ ଉପରେ କାର୍ୟ୍ୟାନୁଷ୍ଠାନ ଆଖିଦୃଶିଆ ହୋଇଛି। ୨୦୨୦ ମାର୍ଚ୍ଚରୁ ନଭେମ୍ବର ପର୍ୟ୍ୟନ୍ତ ୧୯୮ କୋଟି ଟଙ୍କାର ଜିଏସଟି ଠକେଇ ଧରାପଡ଼ିଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପଟେ ଜିଏସଟିରେ ଥିବା କେତେକ ଲାଞ୍ଚୁଆ ଅଧିକାରୀଙ୍କ ମିଳିତ ଭାବରେ ଏଭଳି ଠକେଇ ଚାଲିଥିବା ଅଭିଯୋଗ ହୋଇଛି। ଗତ ମାସରେ ଭୁବନେଶ୍ବରର ଏକ ହୋଟେଲ ପରିସରରେ ଜିଏସଟି ଓ ସେଣ୍ଟ୍ରାଲ ଏକ୍ସାଇଜର ୩ ଜଣ ଅଧିକାରୀ ଓ ଏକ ଘରୋଇ ହସପିଟାଲର ଜଣେ ଆକାଉଣ୍ଟାଣ୍ଟ ଧରାପଡ଼ିଥିଲେ। କୋଟିକୋଟି ଟଙ୍କାର ଜିଏସଟି ଫାଙ୍କି ଅଧିକାରୀଙ୍କୁ ସମ୍ପୃକ୍ତ କଲେଜ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିଲା। ଜିଏସଟି ଫାଙ୍କିବା ପାଇଁ ବିଭିନ୍ନ ସଂସ୍ଥାକୁ ଅଧିକାରୀମାନେ ଲାଞ୍ଚ ନେଇ ସହଯୋଗ କରୁଥିବା ଏହି ଘଟଣା ପ୍ରମାଣିତ କରିଥିଲା। ଏଣୁ ଗତ ବର୍ଷ ଫେବ୍ରୁଆରି ୨୦ ତାରିଖ ଦିନ ସଂସ୍ଥାର ମଞ୍ଚେଶ୍ବର, କଳକଳା ବୁଢ଼ାକେନ୍ଦୁଆ ଓ ବାଲେଶ୍ବରରେ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ଅନେକ ଅନିୟମିତତା ଧରା ପଡ଼ିଥିଲା। ଚଢ଼ଉ ସମୟରେ ମାଲ୍ ଓ କଞ୍ଚାମାଲ୍ ପାଖାପାଖି ୩୦୦୦ ଟନ ଥିଲା। ଯାହାର ମୂଲ୍ୟ ୩୦ କୋଟି ଆକଳନ କରାଯାଇଥିଲା। ଖୋର୍ଦ୍ଧାରେ ଥିବା କାରଖାନାରୁ ପ୍ରସ୍ତୁତ ମାଲ୍ ବିକ୍ରି ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥାତ୍୧୨ ମାସରେ ୧୪୫ କୋଟି ଟଙ୍କା ଥିବା ବେଳେ ୨୦୧୯ ଜାନୁଆରିରୁ ଅକ୍ଟୋବର ପର୍ୟ୍ୟନ୍ତ ୧୦ ମାସରେ ମାତ୍ର ୬୪ କୋଟି ବୋଲି କାଗଜପତ୍ରରେ ଟଙ୍କା ଦର୍ଶାଯାଇଛି। ଏହି ଆକାଶ ପାତାଳ ତାରତମ୍ୟ ଅନିୟମିତତାକୁ ପ୍ରମାଣିତ କରୁଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0