spot_img

୪ଟି ରାଜ୍ୟ କମାଇଲେ ପେଟ୍ରୋଲ୍‌ ଡିଜେଲ୍‌ ମୂଲ୍ୟ

ନୂଆଦିଲ୍ଲୀ : ଦିନକୁ ଦିନ ପେଟ୍ରୋଲ୍‌-ଡିଜେଲ୍‌ର ମୂଲ୍ୟ ବଢ଼ି ବଢ଼ି ଚାଲିଛି ।  ତୈଳ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବର୍ତ୍ତମାନ ଧର୍ମ ସଙ୍କଟରେ ପଡ଼ିଛନ୍ତି । କିନ୍ତୁ ଉପଭୋକ୍ତାଙ୍କ ହିତକୁ ଦୃଷ୍ଟିରେ ରଖି ୪ଟି ରାଜ୍ୟ ଲାଗୁ କରୁଥିବା ଟ୍ୟାକ୍ସରେ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟ ଗୁଡ଼ିକ ଏହା ସୂଚାଇବାକୁ ଚାହୁଁଛନ୍ତି ଯେ, ଅଶୋଧିତ ତୈଳର ଦାମ୍‌ ଯେତିକି ବଢ଼ୁଛି ତା ଠାରୁ ଅଧିକ ତେଲର ଦାମ୍‌ରେ ବୃଦ୍ଧି ହେଉଛି । ଏହାର କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଲଗାଯାଇଥିବା ସେସ୍‌ । ରବିବାର ପଶ୍ଚିମ ବଙ୍ଗ ସରକାର ତେଲ ଦାମ୍‌ରେ ବୃଦ୍ଧିକୁ ନେଇ ପ୍ରତିବାଦ ସ୍ୱରୂପ ପେଟ୍ରୋଲ୍‌ ଏବଂ ଡିଜେଲ୍‌ରେ ୧ ଟଙ୍କା ଲେଖାଁଏ ଭାଟ୍‌ରେ ହ୍ରାସ କରିଛନ୍ତି । ପ୍ରଥମେ ରାଜସ୍ଥାନ ସରକାର ଜାନୁଆରୀ ୨୯ରେ ଭାଟ୍‌କୁ ୩୮ ପ୍ରତିଶତରୁ ୩୬ ପ୍ରତିଶତକୁ କମେଇ ଦେଇଥିଲେ । ଆସାମ ସରକାର ମଧ୍ୟ ଏହାକୁ ସମର୍ଥନ କରି କରୋନାକୁ ପ୍ରତିହତ କରିବା ପାଇଁ ଲଗାଇଥିବା ୫ ଟଙ୍କାର ଟ୍ୟାକ୍ସକୁ ଉଠାଇ ଦେଇଛନ୍ତି ।

ମେଘାଳୟ ସରକାର ଏହି ସମସ୍ତ ରାଜ୍ୟମାନଙ୍କ ଠାରୁ ଅଧିକ ତୈଳ ଦାମ୍‌ରେ ଅଧିକ ହ୍ରାସ କରିଛନ୍ତି । ସରକାର ପେଟ୍ରୋଲ୍‌ରେ ୭.୪୦ ପଇସା ହ୍ରାସ କରିଥିବା ବେଳେ ଡିଜେଲ୍‌ ଦାମ୍‌ରେ ୭.୧୦ ପଇସା ହ୍ରାସ କରିଛନ୍ତି । ପ୍ରଥମେ ମେଘାଳୟରେ ୨ ଟଙ୍କା ରିବେଟ୍‌ ଦିଆଯାଇଥିଲା । ଏହାପରେ ଭାଟ୍‌ ପେଟ୍ରୋଲ୍‌ରୁ ୩୧.୬୨ ପ୍ରତିଶତ ଭାଟ୍‌କୁ  ୨୦ ପ୍ରତିଶତକୁ ହ୍ରାସ କରାଯାଇଥିଲା ଏବଂ ଡିଜେଲ୍‌ରୁ ୨୨.୯୫ ପ୍ରତିଶତ ଭାଟ୍‌କୁ ୧୨ ପ୍ରତିସତକୁ ମେଘାଳୟ ସରକାର ହ୍ରାସ କରିଥିଲେ । ତେବେ କେନ୍ଦ୍ର ସରକାର ଲଗାଇଥିବା ଏକ୍ସସାଇଜ୍‌ ଡ୍ୟୁଟିକୁ ହ୍ରାସ କରିବାକୁ ମନା କରିଦେଇଥିବା ବେଳେ ଏହା ରାଜ୍ୟଗୁଡ଼ିକ ସେମାନଙ୍କର ଉପଭୋକ୍ତାମାନଙ୍କ ପାଇଁ ତୈଳ ଦରରେ ଏହିପରି ହ୍ରାସ କରିଥିବା ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular