spot_img

ରାଜଧାନୀବାସୀ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମସି କମିଶନର

ଭୁବନେଶ୍ୱର : ସତର୍କ ରୁହ, ସଚେତନ ରୁହ । ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମ୍ସି କମିଶନର । କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଏପରି ପରାମର୍ଶ ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ରାଜଧାନୀବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମସି କମିଶନର । ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଲେ । ତାଛଡା ଲୋକଙ୍କୁ ସଚେତନ କରିବା ପାଇଁ ପାଞ୍ଚଟି ସ୍କୁଆଡ଼଼ ଗଠନ ହୋଇଛି । ବଜାର, ସପିଂ ମଲ ମନ୍ଦିର ନିକଟରେ ସକାଳେ ସନ୍ଧ୍ୟାରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି । ନିୟମ ଉଲଂଘନ କାରୀ ଲୋକଙ୍କଠୁ ଫାଇନ ଆଦାୟ କରାଯାଉଛି । ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସ୍କୁଆଡ଼ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular