spot_img

ମାର୍ଚ୍ଚ ୧ରୁ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ : ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ଏନେଇ କେନ୍ଦ୍ରୀୟ ସ୍ୱସ୍ଥ୍ୟ ସଚିବ ରାଜେଶ୍‌ ଭୂଷଣ ପ୍ରତି ରାଜ୍ୟର ମୁଖ୍ୟ ସାଶନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାଙ୍କୁ କରୋନା ଟିକା ଦେଇସାରିବା ପରେ ଏବେ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି । ପତ୍ରରେ ସେ ସବୁ ପ୍ରକାରର ସ୍ୱସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାର୍ଚ୍ଚର ପ୍ରଥମ ସପ୍ତାହରୁ ବୟସ୍କ ବ୍ୟକ୍ତି ଏବଂ ରୋଗିଣା ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବା ନେଇ ପ୍ରସ୍ତୁତ ରହିବାକୁ ଉଲ୍ଲେଖ କରିଛନ୍ତି ।ଏହି ପତ୍ରରେ ବ୍ୟାପକ ଟିକାକରଣର ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ବେଳେ ଏଥିରେ ହସ୍ପିଟାଲ୍‌, ମେଡିକାଲ୍‌ କଲେଜ୍‌, ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ସହିତ ଉପ କେନ୍ଦ୍ର ପର୍ଯ୍ୟନ୍ତ ସବୁ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସୁବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଟିକାକରଣ ପାଇଁ ଏହି କେନ୍ଦ୍ର ଗୁଡ଼ିକରେ କୋଲ୍ଡଚେନ୍‌ର ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଏହା କୁହାଯାଇଛି ଯେ, ସେମାନେ ସପ୍ତାହରେ ଅତିକମ୍‌ରେ ଚାରିଦିନ ଟିକାକରଣ କାର୍ଯ୍ୟକ୍ରମ କରିବା ପାଇଁ ସୁନିଶ୍ଟିତ କରାନ୍ତୁ । ଏହା ମାର୍ଚ୍ଚ ମାସ ୧ ତାରିଖରୁ ଆରମ୍ଭ କରାଯାଉ । ସମସ୍ତ ସଚିବ ସେମାନଙ୍କ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ଏନେଇ ନିର୍ଦ୍ଦେଶନାମା ଜିରି କରିବାକୁ ଏଥିରେ କୁହାଯାଇଛି । ଏଥିରେ ପାଖାପାଖି ୨୭ କୋଟି ଲୋକଙ୍କୁ ଟିକାକରଣ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular