ପିପିଲି : ଆଗାମୀ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ କମିସନ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ସେହି ସମୟରେ ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ, ନିର୍ବାଚନ କମିସନଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହେବ। ଦେଶର ପାଞ୍ଚଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିପାଇଁ ନିର୍ବାଚନ କମିସନ ଆସନ୍ତା ମାର୍ଚ୍ଚ ମାସ ୩ ଓ ୪ ତାରିଖରେ ତାରିଖ ଘୋଷଣା କରିବେ। ସେହି ସମୟରେ ଓଡ଼ିଶାର ପିପିଲି ସମେତ ଆଉ କେତେକ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରିବେ। ଏ ନେଇ ମଧ୍ୟ କମିସନଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି କରାଯାଉଛି। ନିର୍ବାଚନରେ କର୍ମଚାରୀଙ୍କୁ ତାଲିମ୍, ମତଦାତାଙ୍କ ପାଇଁ ବୁଥ୍, ସୁରକ୍ଷା ବନ୍ଦୋବସ୍ତ ପାଇଁ ଫୋର୍ସ ମୁତୟନ, କୋଭିଡ କଟକଣା ଏବଂ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ କମିସନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।



Visitors Today : 2
Total Visitors : 130183
Total Views : 9891634
Visitors Online Now : 0