ଭୁବନେଶ୍ୱର: କାର୍ଯ୍ୟରେ ଅବହେଳା ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର । ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ୧୯ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୂର୍ବରୁ ଅନେକ ବଡ଼ ବଡ଼ ଅଧିକାରୀଙ୍କୁ 5T ଛାଟ ପଡ଼ିଛି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେ କିରାଣୀ ହୁଅନ୍ତୁ କି ବଡ଼ ଅଫିସର୍ ସମସ୍ତଙ୍କ ଉପରେ 5T ଛାଟ ବାଜିଛି ଆଉ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
କାମରେ ଅବହେଳା କିମ୍ୱା ଦୁର୍ନୀତିର ଗନ୍ଧ ଆସିଲେ ବ୍ଲକ୍ ଓ ଜିଲ୍ଲାସ୍ତରର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଠିକ୍ ସେମିତି ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ପୂର୍ବରୂ ୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0