ଚଣ୍ଡିଗଡ଼: ଭାଷଣ ଦେଉଥିବା ବେଳେ ଟଳିପଡ଼ିଲେ ଚାଷୀ ନେତା। କୃଷି ଆଇନକୁ ବିରୋଧ କରି ନିଜର ଭାଷଣ ରଖିବା ପରେ ଏବେ ମୋର ସମୟ ଶେଷ ବୋଲି କହିଥିଲେ ଚାଷୀ। ଏହା ପରେ ପରେ ସେ ଷ୍ଟେଜ ଉପରେ ଟଳିପଡ଼ିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର। ମୃତ ଚାଷୀଜଣକ ହେଲେ କୀର୍ତ୍ତି କିଷାନ ୟୁନିୟନର ମୁଖ୍ୟ ମାଷ୍ଟର ଦାତାର ସିଂହ। ସ୍ୱାଧୀନତା ସଂଗ୍ରାମୀ ଉଜାଗର ସିଂଙ୍କ ସ୍ମୃତିରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଦାତାର ସିଂ ଅମୃତସରର ବିର୍ସା ବିହାରରେ ପହଞ୍ଚିଥିଲେ। ସେଠାରେ ଭାଷଣ ଦେବା ପରେ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। କୃଷକମାନଙ୍କ ଆନ୍ଦୋଳନ ବିଷୟରେ ଷ୍ଟେଜ ଉପରୁ ନିଜର ମତାମତ ଦେଉଥିବା ଦାତାର ସିଂ କହିଥିଲେ ଯେ, ବିଦାୟ! ଏବେ ମୋର ସମୟ ସରିଯାଇଛି। ଏହା କହି ସେ ଚେୟାରରେ ବସିବା ମାତ୍ରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0