ଢ଼େଙ୍କାନାଳ: ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମହାଶିବରାତ୍ରି। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ ଲଗାଇଲା କରୋନା କଟକଣା। ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ହେଲେ ଚଳିତ ଥର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ ବର୍ଷ ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ମାତ୍ର ଚଳିତ ବର୍ଷ କୋରନା ସଂକ୍ରମଣ ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏଥିପାଇଁ ସୋମବାର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତେବେ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜାଗର ଯାତ୍ରାରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶ ପୀଠକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଆସନ୍ତା ମାର୍ଚ୍ଚ ମାସରେ ସ୍ଥିତିକୁ ଦେଖି ପରେ ପୀଠର ଜାଗର ଯାତ୍ରା କିପରି ହେବ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0