ଭୁବନେଶ୍ବର : ବିଧାନସଭାରେ ବର୍ଷ ୨୦୨୧-୨୨ ପାଇଁ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେଥି ମଧ୍ୟରୁ ମୋଟ ୧ ଲକ୍ଷ ୨୫ ହଜାର ୬୦୦ କୋଟି ଟଙ୍କା ଟିକସ ଏବଂ ଅନୁଦାନରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେହିଭଳି ଋଣରୁ ପ୍ରାୟ ୪୪ ହଜାର କୋଟି ଟଙ୍କା ପ୍ରାପ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ନେଟ୍ ଋଣ ପରିମାଣ ୧୮ ହଜାର ୪୬୫ କୋଟି ଟଙ୍କା ରହିବ ବୋଲି ଘୋଷଣା କରିଛନ୍ତିୁ ଅର୍ଥମନ୍ତ୍ରୀ ।
ଏହା ସହିତ ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । କଟକ ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସ୍ବତନ୍ତ୍ରି ଯୋଜନା ପ୍ରସ୍ତୁତ କରାଯାଇଛି । ଏସ୍ସିବିକୁ ଏମ୍ସ ପ୍ଲସ୍ କରିବା ପାଇଁ ମୋଟ ୩ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଚଳିତ ବର୍ଷ ଏସ୍ସିବି ପାଇଁ ୫ଶହ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରାଜ୍ୟ ସରକାର । କରୋନା ମହାମାରୀ ସତ୍ବେ ଚଳିତ ବର୍ଷ ରାଜ୍ୟର ରାଜସ୍ବ ଆୟ ୧୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରିଛନ୍ତି ରାଜ୍ୟ ସରକାର ।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0