spot_img

ଓଡ଼ିଶାରେ ଗାଁ ଗାଁରେ ଆନ୍ଧ୍ର କରୁଛି ସ୍ୱାସ୍ଥ୍ୟ ପରୀକ୍ଷା

ମାଲକାନଗିରି : ଓଡ଼ିଶା ଉପରୁ ଥମୁନି ଆନ୍ଧ୍ରର ଦୃଷ୍ଟି । ପ୍ରଥମେ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଞ୍ଜାମ ଜିଲ୍ଲାରେ ପଶି ପଞ୍ଚାୟତ ନିର୍ବାଚନ କରାଇବା ଓ ଏବେ ତଳ ଗଞ୍ଜେଇପଦର ଓ କୋଟିଆର ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ। ସାଲୁର ମଣ୍ଡଳର ଏଏନ୍ଏମ୍ ଜେ.କବିତା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି । ସାଲୁର ମଣ୍ଡଳ ଅନ୍ତର୍ଗତ ତୋନମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଏସ୍. ସୁଜାତାଙ୍କ ତତ୍ତ୍ୱାବଧାନରେ ଏଭଳି ସେବା ଯୋଗାଯାଉଥିବା ଅଞ୍ଚଳବାସୀ କହିଛନ୍ତି ।
ଓଡ଼ିଶା ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ମାମଲା ଏବେ ସର୍ବୋଚ୍ଚ ନ୍ୟାୟଳୟ ଓଡ଼ିଶାକୁ ପ୍ରତି ଜବାବ ଦେବା ପାଇଁ ୪ ସପ୍ତାହ ସମୟ ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular