spot_img

ମୋଦିଙ୍କ ନାମରେ ନାମିତ ହେଲା ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ

ଗୁଜୁରାଟ: ଗୁଜୁରାଟର ଅହମଦାବାଦ ଠାରେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ ଗ୍ରାଉଣ୍ଡ ମୋଟେରାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବୁଧବାର ଦିନ ଏନେଇ ଆୟୋଜିତ କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରିଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ । ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ୍ ଖେଳାଯିବ । ସବୁଠାରୁ ବଡକଥା ହେଉଛି କି ଏହି ଷ୍ଟାଡିୟମର ନାମ ବଦଳାଇ ଏହାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ନାମିତ କରାଯାଇଛି । ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କ ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟସ୍ ଏନକ୍ଲେବର ଭୂମି ପୂଜନ କରିଛନ୍ତି ।

stadium

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular