spot_img

ଆଜିର ମୁଖ୍ୟ ଖବର…

( )ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ରାଜ୍ୟରେ ସତର୍କତା ….. ଭୁବନେଶ୍ୱର ଏୟାରପୋର୍ଟରେ ପୁଣି ସ୍କି୍ରନିଂ ଆରମ୍ଭ…..ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କରାଯାଉଛି ସ୍କି୍ରନିଂ….. ଲକ୍ଷଣ ଧେଖାଗଲେ କରାଯିବ ଟେଷ୍ଟ…..
( )ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି….. ଓଡିଶାରେ ସପ୍ତାହକୁ ୫ ଦିନ ଦିଆଯିବ ଟିକା….ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର ଯୋଦ୍ଧାଙ୍କ ପରେ ଏବେ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା….ଆଜି ଶେଷ ହେବ ପ୍ରଥମ ଡୋଜ୍ ଟିକାକରଣର ଅବଧି……
( )ମାଲକାନଗିରି ସୀମାନ୍ତ ଛତିଶଗଡରେ ଦୁଇଟି ଲ୍ୟାଣ୍ଡମାଇନ ବିସ୍ଫୋରଣ…..୨ ଯବାନ ସହିଦ ଏବଂ ଜଣେ ଗୁରୁତର…..ମାଓ ଦମନ ପାଇଁ ଯିବା ବେଳେ ହୋଇଥଲା ପାଇପ ବୋମା ବିସ୍ଫୋରଣ…..
( )ଆଜିଠୁ କଟକଣା ମଧ୍ୟରେ ଢେଙ୍କାନଳାରେ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା…..ବାହାର ରାଜ୍ୟର ସାଦ୍ଧୁ ସନ୍ଥଙ୍କୁ ମେଳାକୁ ବାରଣ…..କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ପବେଶ କରିପାରିବେ ଉଭୟ ବାବା ଓ ଭକ୍ତ…..ସୁରକ୍ଷା ଦୃଷ୍ଟିରୁ ମନ୍ଦିରରେ ୭ ପ୍ଲାଟୁନ ପୋଲିସ ମୂତୟନ…..
( )୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଆକ୍ସନ ମୋଡରେ ବିଜେପି….. ଆଜି ଦକ୍ଷିଣରେ ମୋଦି, ଉତ୍ତର- ପୂର୍ବରେ ଶାହା ଓ ପଶ୍ଚିମରେ ରାଲି କରିବେ ନଡ୍ଡା…..ପୁଡୁଚେରୀ ଓ ତାମିଲନାଡୁରେ ହଜାର ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ…..
( )ଆସନ୍ତାକାଲି ଭାରତ ବନ୍ଦ …. ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା….ଓଡିଶା ବ୍ୟବସାୟ ମହାସଂଘର ସମର୍ଥନ…. ଅତ୍ୟାବଶ୍ୟକ ସେବା ବ୍ୟତୀତ ବନ୍ଦ ରହିବ ଅନ୍ୟାନ୍ୟ ଦୋକାନ ବଜାର….
( )ଫେବୃଆରୀରୁ ଅଂଶୁଘାତ ଚିନ୍ତା….. ଗ୍ରୀଷ୍ମ ପ୍ରବାହକୁ ଦେଖି ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି…..ହଟ୍ୱେଭ ମୁକାବିଲା ଲାଗି ଜାରି ହେଲା ଗାଇଡଲାଇନ୍…. ଅଂଶୁଘାତ ମୃତୁ୍ୟ ନେଇ ୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ନିଦେ୍ର୍ଦଶ…..

LEAVE A REPLY

Please enter your comment!
Please enter your name here

- Advertisment -

Most Popular