spot_img

ଖୁବଶୀଘ୍ର ବରିଷ୍ଠ ନାଗରିକଙ୍କୁ ଦିଆଯିବ ଭାକ୍‌ସିନ୍‌: ବିଏମ୍‌ସି କମିଶନର

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ମାସରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିପରିପେକ୍ଷୀରେ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସର୍ଭେ ଅନୁସାରେ ୨୦ରୁ ୨୫ହଜାର ବରିଷ୍ଠ ନାଗରିକ ଅଛନ୍ତି । ସେଥିଲାଗି ୩ଟି ଜୋନ୍‌ରେ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି । ଖୁବଶୀଘ୍ର ତଥ୍ୟ ସଂଗୃହିତ କରାଯିବ । ତେବେ ପୂର୍ବରୁ ଯେଉଁ ହସ୍ପିଟାଲରେ ଟିକା ଦିଆଯାଉଥିଲା , ସେହି ହସ୍ପିଟାଲରେ ଟିକା ଦିଆଯିବ । ଫାଇନାଲ ଡାଟା ଆସିଲେ ସୂଚନା ଦିଆଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular