କଲିକତା: ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏହାର ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇ-ସ୍କୁଟର ରାଲିରେ ବାହାରିଛନ୍ତି । ତେବେ ସେ ସ୍କୁଟରରେ ଜଣଙ୍କ ପଛରେ ବସିଥିବା ବେଳେ ଦରବୃଦ୍ଧିର ଏକ ପୋଷ୍ଟର ବି ପିନ୍ଧିଥିବା ଦେଖାଯାଇଛି । ଅନ୍ୟପଟେ ଗତ ଏକ ମାସ ମଧ୍ୟରେ ବାରମ୍ବାର ତୈଳ ଦର ବୃଦ୍ଧି ଘଟି ଏବେ ପେଟ୍ରୋଲ ଲିଟର ପିଛା ପ୍ରୟେ ଶହେ ଟଙ୍କା ଛୁଇଁବାକୁ ଗଲାଣି । ଯାହା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0