ମହାରାଷ୍ଟ୍ର: ମହାରାଷ୍ଟ୍ରରେ କରୋନାର ଦ୍ବିତୀୟ ଲହର। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପାଖାପାଖି ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୮ ରୋଗୀ ଓ୍ବାସିମ ଜିଲାର। ନୂତନ କରୋନା ରୋଗୀଙ୍କ ମଧ୍ୟରୁ ୧୯୦ ଜଣ ଓ୍ବାସିମ ଜିଲାର ଏକ ସ୍କୁଲର ୧୯୦ ପିଲା ସାମିଲ ଅଛନ୍ତି। ଏହି ଛାତ୍ରମାନେ ଅମରାବତୀର ବିଭିନ୍ନ ଅଞ୍ଚଳରୁ ହଷ୍ଟେଲକୁ ଆସିଥିଲେ। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮ହଜାର ୮୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୨୦୨୦ ଅକ୍ଟୋବର ୧୮ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ଲାଗି ବଢିଛି ବୋଲି କୁହାଯାଉଛି। ସେହିପରି ଗୋଟିଏ ଦିନରେ ରାଜ୍ୟରେ ୮୦ ଜଣଙ୍କ ଜୀବନ ଯାଇଛି। ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣା କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0