spot_img

ଭିକ୍ଷୁ ବେଶରେ ପିଲା ଚୋରି ଅଭିଯୋଗ

ବାଲିପାଟଣା : ପିଲା ଚୋରି ଅଭିଯୋଗରେ ଯୁବକ ନିର୍ଧୁମ ଛେଚି ପୁଲିସ ଜିମା ଦେଲେ ଲୋକେ । ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଲା ଚୋରି ଅଭିଯୋଗରେ ସ୍ଥାନୀୟ ଲୋକେ ନିର୍ଧୁମ ଛେଚି ପୁଲିସ ଜିମା ଦେଇଛନ୍ତି l ଯୁବକ ଜଣଙ୍କ ବାଲିଅନ୍ତା ଥାନା ସରକଣା ଗ୍ରାମର ୨୪ ବର୍ଷର ଯୁବକ ସରତ ଚନ୍ଦ୍ର ବେହେରା l ବୁଧବାର ଅପରାହ୍ନ ୧୨ ଟା ସମୟରେ ଡେରାସାହି ଗ୍ରାମର ଶରତ ଦାସଙ୍କ ୧୦ ବର୍ଷର ପୁଅ ଦୀପକ ଦାସ ଗାଁ ଦାଣ୍ଡରେ ଥିବା ସମୟରେ ଶରତ ଉକ୍ତ ଗ୍ରାମକୁ ନୂତନ ମନ୍ଦିର ନିର୍ମାଣ ଲାଗି ଭିକ୍ଷା ଆଦାୟ କରିବା ପାଇଁ ଆସିଥିଲେ l ଦୀପକକୁ ପାଖକୁ ଯାଇ ଚକଲେଟ ଦେବେ ବୋଲି କହିଥିଲେ l ପରେ ପାଖରେ କେତୋଟି ଗ୍ରାମ କୁ ରାସ୍ତା ଦେଖାଇ ଦେବାକୁ ଦୀପକକୁ ସାଙ୍ଗରେ ନେଇ ଯାଉଥିଲେ l ଏହି ସମୟରେ ଦୀପକ କାନ୍ଦିବାର ଦେଖି ତାଙ୍କର ଜଣେ ସାଙ୍ଗ ଯୁବକଙ୍କ ବେଶଭୁଷାକୁ ଦେଖି ସନ୍ଦେହ କରିଥିଲେ ଏବଂ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ l ଗ୍ରାମବାସୀ ଯୁବକ କୁ କାବୁ କରି ଗାଁ ମୁଣ୍ଡ ମନ୍ଦିରରେ ଅଟକ ରଖିଥିଲେ l ପିଲା ଚୋର ଖବରପ୍ରଚାର ହୋଇଯିବା ପରେ ଉକ୍ତ ସ୍ଥାନରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା l ଖବର ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଟିମ ସହ ପହଁଞ୍ଚି ଥିଲେ l ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତେଜନା ଦେଖାଯାଇଥିଲା l ବହୁ କଷ୍ଟରେ ପୁଲିସ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିଲା l ପୁଲିସ ଉଦ୍ଧାର ସମୟରେ କିଛି ଲୋକ ଆକ୍ରମଣ କରିଥିଲେ l ଶରତ ପିଲା ଚୋରି ଘଟଣାକୁ ଖଣ୍ଡନ କରିଛନ୍ତି l ବାଲିପାଟଣା ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି l

LEAVE A REPLY

Please enter your comment!
Please enter your name here

- Advertisment -

Most Popular