ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ବହୁକୋଟି ଟଙ୍କାର ରୁଣ ଠକେଇ କରିଥିବା ନିରବ ମୋଦି ଖୁବଶୀଘ୍ର ଭାରତ ଫେରିବେ ବୋଲି ସୂଚନା ମିଳିଛି । ତେବେ ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ସମ୍ପର୍କରେ ସ୍ଥାନୀୟ ଅଦାଲତ ନିର୍ଦେଶ ଦେଇଛନ୍ତି। ଗୁରୁବାର ଲଣ୍ଡନର ଜିଲା ଜଜ୍ ସାମୁଏଲ୍ ଗୁଜ୍ ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ଏହି ଭାରତ ପ୍ରତ୍ୟର୍ପଣ ନିର୍ଦେଶକୁ ଉଚ୍ଚ ଅଦାଲତରେ ଚାଲେଞ୍ଜ କରିବାକୁ ସେ ନିରବଙ୍କୁ ସୁଯୋଗ ଦେଇଛନ୍ତି। କାରଣ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାକୁ ଏକ ହାଇପ୍ରୋଫାଇଲ ମାମଲା ଭାବେ ବିବେଚନା କରାଯାଉଛି। ଆଜିର ଶୁଣାଣି ସମୟରେ ନିରବଙ୍କ ଓକିଲ ଯୁକ୍ତି କରିଥିଲେ ଯେ ତାଙ୍କ ମହକିଲଙ୍କ ମାନସିକ ସ୍ବାସ୍ଥ୍ୟ ଅବନତି ହେବାରେ ଲାଗିଛି। ଏହା ସହିତ ଭାରତରେ ଜେଲ୍ରେ କଏଦୀଙ୍କ ରହିବା ଲାଗି ନିମ୍ନମାନର ବ୍ୟବସ୍ଥା ଯୋଗୁଁ ନିରବଙ୍କ ପ୍ରତ୍ୟର୍ପଣ କରାଯିବା ଠିକ୍ ନୁହେଁ। ତେବେ ସମସ୍ତ ପ୍ରକାର ମାନବାଧିକାର ରକ୍ଷା ପୂର୍ବକ ନିରବଙ୍କୁ ପ୍ରତ୍ୟର୍ପଣ କରାଯିବ ବୋଲି ଅଦାଲତ କହିଛନ୍ତି। ନିରବଙ୍କ ଦ୍ବାରା ହୋଇଥିବା ବ୍ୟାଙ୍କ ଋଣ ଜାଲିଆତି ଉପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଛି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ସିବିଆଇ ଲଣ୍ଡନ ଅଦାଲତରେ ଆବେଦନ କରିଛି। ଏହା ପୂର୍ବରୁ ସିବିଆଇ ଜାରି କରିଥିବା ପ୍ରତ୍ୟର୍ପଣ ୱାରେଣ୍ଟ ବଳରେ ଲଣ୍ଡନ ପୁଲିସ ନିରବଙ୍କୁ ୨୦୧୯ ମାର୍ଚ୍ଚ ୧୯ରେ ଗିରଫ କରିଥିଲା। ନିରବ ଏବେ ଲଣ୍ଡନର ଜେଲ୍ରେ ବନ୍ଦୀ ଅଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0