ପାଟଣା: ଅଜଣା ଗାଡି ଧକ୍କାରେ ଏକ ଜଙ୍ଗଲି ଭାଲୁର ମୃତୁ୍ୟ ଘଟିଛି । ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ଢେଙ୍କିକୋଟ ଅନ୍ତର୍ଗତ ୨୦ ନମ୍ବର ରାଜପଥର କଟରାବଡା ଅଞ୍ଚଳରେ । ତେବେ ବୁଧବାର ବିଳମ୍ବିତ ରାତିରେ ଭାଲୁଟି ଜାତୀୟ ରାଜପଥରେ ରାସ୍ତା ପାର ହେଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଗୁରୁବାର ସକାଳେ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ ଭାଲୁକୁ ଦେଖି ଢେଙ୍କିକୋଟ ଫରେଷ୍ଟକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଟିମ ପହଞ୍ଚି ଗୁରୁତର ଭାଲୁକୁ ଉଦ୍ଧାର କରି ଘଟଗାଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରୁଥିବା ବେଳେ ଭାଲୁଟିର ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ମୃତ ଭାଲୁଟିକୁ ନିକଟସ୍ଥ ଜଙ୍ଗଲରେ ଗାତ ଖୋଳି ପୋତି ଦିଆଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0