ଯାଜପୁର: ଯାଜପୁର ରୋଡ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବେପାର ବଢୁଥିବା ଅଭିଯୋଗ ପରେ ପୋଲିସ ଆକ୍ସନ ନେଇଛି। ଵ୍ରାଉନସୁଗାର ଵେପାରୀଙ୍କ ଉପରେ ନଜର ରଖି ଵୁଧବାର ରାତିରେ ଜଣେ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଦାନଗଦି ହାଟରେ ଧଳାଜହର କାରବାର ପାଇଁ ଯାଉଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ ସୂଚନା ପାଇ ଦାନଗଦି ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ପ୍ରାୟ ୩୦ହଜାର ଟଙ୍କା ମୂଲ୍ୟର ୫୦ପୁଡିଆ ବ୍ରାଉନସୁଗାର ଜବତ ହୋଇଥିଲା । ଏହା ସହ ମୟୁରଭଞ୍ଜର ଦେବବ୍ରତ ସାହୁ (୨୮) ଧରାପଡିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0