ପୁରୀ: ଭାରତ ବନ୍ଦ ଡାକରାକୁ ସମର୍ଥନ କଲେ ନିମାପଡା ବ୍ୟବସାୟୀ ସଂଘ । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ଭାରତୀୟ ବ୍ୟବସୀୟୀ ସଂଘର ଭାରତ ବନ୍ଦ ପ୍ରତିବାଦକୁ ସମର୍ଥନ କରିଛି ନିମାପଡା ବ୍ୟବସାୟୀ ସଂଘ । ଜିଏସଟିକୁ ସରଳୀକରଣ କରିବା ଦାବିରେ ପୁର୍ନେଶ୍ୱରୀ ମନ୍ଦିର ଠାରୁ ଜୟଶ୍ରୀ ଛକ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବା ଦେଖିବାକୁ ମିଳିଥିଲା । ଏହି ପ୍ରତିବାଦ ରାଲିରେ ନିମାପଡା ବ୍ୟବସାୟୀ ସଂଘର ସଭାପତି ପଦ୍ମ ଚରଣ ସାହୁ, ରଘୁନାଥ ସାହୁଙ୍କ ସମେତ ଅଞ୍ଚଳର ଅନେକ ବ୍ୟବସାୟୀ ବନ୍ଧୁମାନେ ଯୋଗ ଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0