ଭୁବନେଶ୍ୱର : ବିଧାନସଭାରେ ଉଠିଲା ପେଟ୍ରୋଲ ଓ ଡିଜେଲ ବୃଦ୍ଧି । ଶୁନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା । ପେଟ୍ରୋଲ ଡିଜେଲ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । କଂଗ୍ରେସ ବିଧାୟକ ଦଳ ନେତାଙ୍କ ମତରେ, ଅଶୋଧିତ ତୈଳ ଦର କମ ଥିବା ବେଳେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପଡୋଶୀ ଦେଶମାନଙ୍କରେ କମ ଦାମରେ ପେଟ୍ରୋଲ-ଡିଜେଲ ମିଳୁଥିବା ବେଳେ ଭାରତରେ କାହିଁକି ମିଳୁନି ବୋଲି କଲେ ପ୍ରଶ୍ନ କରିଛନ୍ତି । ଆରବିଆଇ ଗଭର୍ଣର କହୁଛନ୍ତି ଟିକସ କମାଓ ବୋଲି , ହେଲେ କେହି କଣ ଜାଣିପାରୁନାହାନ୍ତି କି। କେନ୍ଦ୍ରର ଦାୟିତ୍ୱ ଅଧିକ। ଏପରି କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନରସିଂହ ମିଶ୍ର ।ସେହିପରି ତୈଳ ସାମଗ୍ରୀକୁ ଜିଏସଟିରେ କାହିଁକି ଅନ୍ତର୍ଭୁକ୍ତ କରାଗଲାନି। ପୂର୍ବରୁ ମଧ୍ୟ ଗୃହରେ ମଦ ଓ ପେଟ୍ରୋଲ-ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଯାଇଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇପାରିଲାନି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0