ଚୀନ: ଚୀନର ଏକ ଦମ୍ପତି ଦୁଇ ସନ୍ତାନ ନୀତିର ଉଲ୍ଲଂଘନ କରି ୭ଟି ସନ୍ତାନ ଜନ୍ମ କରିବା ଭାରି ପଡ଼ିଛି। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଛି। ମିଳିଥିବା ସୂଚନା ମୁତାବକ ୭ଟି ସନ୍ତାନ ଜନ୍ମ କରିଥିବାରୁ ଉକ୍ତ ଦମ୍ପତିଙ୍କୁ ୧ ଲକ୍ଷ ୫୫ ହଜାର ଡଲାର ଅର୍ଥାତ୍ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସୋସିଆଲ୍ ସପୋର୍ଟ ଫି ଭାବେ ଦେବାକୁ ପଡ଼ିଛି। ତେବେ ମହିଳା ଶିଳ୍ପପତି ଜହାଙ୍ଗ ରୋଙ୍ଗରୋଙ୍ଗ(୩୪) ଏବଂ ତାଙ୍କ ୩୯ ବର୍ଷିୟ ସ୍ୱାମୀଙ୍କର ୫ଟି ପୁଅ ଓ ୨ଟି ଝିଅ ଅଛନ୍ତି। ଚୀନର ୨ ସନ୍ତାନ ନୀତିର ଉଲ୍ଲଂଘନ କରିଥିବାରୁ ଦମ୍ପତି ସରକାରଙ୍କୁ ଏହି ମୋଟା ଅଙ୍କର ସୋସିଆଲ ସାପୋର୍ଟ ଫି ଦେଇଛନ୍ତି। ଅନ୍ୟପଟେ ତାଙ୍କ କହିବାନୁସାରେ, ସେ ଅଧିକ ସନ୍ତାନ ଚାହୁଁଥିଲେ। କାରଣ ସେ ଏକୁଟିଆପଣକୁ ଖୁବ୍ ଭୟ କରନ୍ତି ଏବଂ ଏକୁଟିଆ ରହିପାରନ୍ତି ନାହିଁ। ଜହାଙ୍ଗ କୁହନ୍ତି, ଯେତେବେଳେ ତାଙ୍କ ସ୍ୱାମୀ ବ୍ୟବସାୟ କାମରେ ବାହାରକୁ ଯାଆନ୍ତି, ସେତେବେଳେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ମୋର ବଡ଼ ପିଲାମାନେ ପାଠପଢିବାକୁ ଅନ୍ୟ ସହରକୁ ପଳାଇଛନ୍ତି। କେବଳ ଛୋଟ ପିଲାମାନେ ହିଁ ମୋ ସହ ରୁହନ୍ତି। ୭ଟି ସନ୍ତାନ ପରେ ସେ ଆଉ ସନ୍ତାନ ଜନ୍ମ କରିବେ ନାହିଁ ବୋଲି କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0