ବଲାଙ୍ଗୀର : ବ୍ୟାଟେରି ଚାଳିତ ଯାନରେ ସହରର ଲୋକଙ୍କ ଠାରୁ ଅଳିଆ ଗାଡିରେ ଆଣି ଡମ୍ପିଂୟାର୍ଡରେ ପହଞ୍ଚାଇବେ କିନ୍ନର । ଯାହାର ଶୁଭାରମ୍ଭ ଆଜି ହୋଇଛି । ସହରର ସମସ୍ତ ଓ୍ୱାର୍ଡରୁ ଏହି ସଂଗ୍ରହ କରାଯିବ । ଯାହାକି ସ୍ୱଚ୍ଛତା ଦିଗରେ ଆଉ ଏକ ପାଦ ବୋଲି ପୌର ପରିଷଦ କହିଛି ।
ବଲାଙ୍ଗୀର ପୌର ପରିଷଦରେ ୨୧ ଟି ଓ୍ବାର୍ଡରେ ଏହି ଗାଡି ବୁଲିବା ସହ ଅଳିଆ ସଂହଗ୍ର କରିବ । ପ୍ରଥମ ପର୍ଯ୍ୟାୟରେ ୨୪ଟି ଗାଡି ଅଣାଯିବାର ରହିଛି ବେଳେ ଆଜି ୪ଟିର ଶୁଭାରମ୍ଭ ହୋଇଛି । ୭୦ ଜଣ କିନ୍ନରଙ୍କୁ ଏହି କାମରେ ରେଜିଷ୍ଟ୍ରେସନ କରାଯାଇଛି । କିନ୍ତୁ ବର୍ତ୍ତମାନ ୮ ଜଣଙ୍କୁ ନିୟୋଜିତ କରାଯିବା ସହ କାମ ଆରମ୍ଭ କରାଯାଇଛି। ଜଣେ ଗାଡି ଚାଳକ ଓ ଅନ୍ୟ ଜଣେ ହେଲପର ଭାବରେ କାମ କରିବେ । ପ୍ରତିଦିନ ୩୨୦ ଟଙ୍କା ହିସାବରେ କିନ୍ନରଙ୍କୁ ଦିଆଯିବା । ଏହାଦ୍ୱାରା ସେମାନ ଦୁଇ ପଇସା ରୋଜଗାର କରିବାର ସୁଯୋଗ ପାଇଛନ୍ତି । ତେବେ ଆଗାମି ଦିନରେ ଏ ଆଉ ନୂତନ ଢଙ୍ଗରେ କାମ କରାଯିବା ସହ ଗୀତ ଓ ମାଇକ ମାଧ୍ୟମରେ ଲୋକଙ୍କ ଘର ସମ୍ମୁଖରେ ଅଳିଆ ସଂଗ୍ରହ ପାଇଁ ଯୋଜନା କରାଯାଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0