ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା । ଭୁବନେଶ୍ବରର ୧୨ଟି ସରକାରୀ ଓ ୧୦ଟି ଘରୋଇ ହସପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ଏ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ମାର୍ଚ୍ଚ ୧ରୁ ସରକାରୀ ହସପିଟାଲରେ ଟିକାକରଣ ଆରମ୍ଭ ହେବ । ଘରୋଇ ହସପିଟାଲରେ ଟିକାକରଣ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ରହିଛି । ମାର୍ଚ୍ଚ ୧ ତାରିଖରେ ଟିକାକରଣ ପାଇଁ ରେଜିଷ୍ଟ୍ରେସନ କରାଯିବ । ୨ ତାରିଖରୁ ଟିକା ଦିଆଯିବ । ଗୋଟିଏ ଦିନରେ ୬୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଜଟିଳ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ନାଗରିକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଟିକା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0