ବ୍ରହ୍ମପୁର : ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଝାଡାଙ୍କୁଲି ଗାଁରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଘରେ ଲୋକେ ଶୋଇଥିବା ବେଳେ ନିଆଁ ଲାଗିଥିଲା। ଫଳରେ ଲୋକ ଭୟରେ ବାହାରକୁ ଚାଲିଆସିଥିଲେ। ଦେଖୁଦେଖୁ ନିଆଁ ଏତେ ବଢ଼ିଯାଇଥିଲା ଯେ, ୪ ଛପର ଘର ପୂରା ପୋଡି ପାଉଁଶ ହେବା ସହ ପାଖରେ ଥିବା ୪ଟି ବାଇକ ମଧ୍ୟ ନଷ୍ଟ ହୋଇଯାଇଛି।
ଝାଡ଼ାଙ୍କୁଲି ଦକ୍ଷିଣ ସାହିରେ ଏଭଳି ଘଟଣା ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ କେଉଁ କାରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0