ମୁମ୍ବାଇ: ବିଗ୍ ବସ୍ ୧୪ର ପ୍ରତିଯୋଗୀ ରାଖି ସାୱନ୍ତଙ୍କ ମା କ୍ୟାନ୍ସର ରୋଗରେ ପିଡିତ । ସୋସିଆଲ ମିଡିଆରେ ଫଟୋ ସେୟାର କରି ରାଖି ତାଙ୍କ ମାଙ୍କ ଲାଗି ପ୍ରାର୍ଥନା କରିବାକୁ କହିଥିଲେ । ରାଖି ତାଙ୍କ ମାଙ୍କ ଚିକିତ୍ସା ପାଇଁ ସଲମାନ ଖାନଙ୍କୁ ସାହାଯ୍ୟ ମାଗିଥିଲେ । ଯେଉଁଥିପାଇଁ ରାଖି ଏବଂ ତାଙ୍କ ମା ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହସପିଟାଲରୁ ରାଖି ତାଙ୍କ ମାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଥିବା ନଜର ଆସିଛି । ରାଖିଙ୍କ ମା ଭିଡିଓରେ କହିଛନ୍ତି, ‘ସଲମାନ ଜୀ ଥ୍ୟାଙ୍କ୍ୟୁ । ଏବେ ମୋର କେମୋଥେରାପି ଚାଲିଛି, ମୁଁ ଏବେ ହସପିଟାଲରେ । ମୋର ଚାରୋଟି ଥେରାପି ସରିଯାଇଛି, ଆଉ ଦୁଇଟି ବାକି ଅଛି । ଭଗବାନ ଆପଣଙ୍କୁ ବହୁତ ଆଗକୁ ନିଅନ୍ତୁ ଏବଂ ସବୁ ଇଛା ପୂର୍ଣ୍ଣ କରନ୍ତୁ । ‘



Visitors Today : 2
Total Visitors : 130168
Total Views : 9891613
Visitors Online Now : 0