spot_img

ଏକ ନିଆରା ବିବାହ, ଭିଡିଓ କନ‌ଫରେନ୍ସିଂ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର:  ଗୋପାଳପୁର ଶ୍ରଦ୍ଧା ସଞ୍ଜିବନୀ ଶିଶୁଯତ୍ନ ଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ବାହାଘର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବାହାଘର କରାଇବା ସହ ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ । ଏହାସହ ସେମାନଙ୍କୁ ଶୁଭ କାମନା ଜଣାଇଥିଲେ ।

ସୂଚନାଯୋଗ୍ୟ, ଗୋପାଳପୁରରେ ଶ୍ରଦ୍ଧା ସଞିବନୀ ଶିଶୁ ଯତ୍ନ ଗୃହ  ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରକଳ୍ପ ଅଟେ । ନବ ଦମ୍ପତ୍ତି ଏଠାରେ ପାଠ ପଢିବା ସହ ଆତ୍ମ ନିର୍ଭରଶୀଳ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଇଚ୍ଛା ପ୍ରକାରେ ବିବାହର ଆୟୋଜନ କରାଯାଇଥିବା ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । ଏଭଳି ନିଆରା ବାହାଘରକୁ ସମସ୍ଥେ ବେଶ୍ ପ୍ରଶଂସା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular