spot_img

୨୨ ବର୍ଷ ପରେ ଭଂସାଲୀଙ୍କ ସହ ଫିଲ୍ମ କରିବେ ଅଜୟ ଦେବଗନ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଅଜୟ ଦେବଗନ ଏବଂ ସଞ୍ଜୟ ଲୀଲା ଭଂସାଲୀ ଦୀର୍ଘ ୨୨ ବର୍ଷ ପରେ ସାଥି ହୋଇ କାମ କରୁଥିବା ନଜର ଆସିଛନ୍ତି । ଶେଷ ଥର ପାଇଁ ଅଜୟଙ୍କୁ ସଞ୍ଜୟଙ୍କ ଫିଲ୍ମ ‘ହମ୍ ଦୀଲ୍ ଦେ ଚୁକେ ସନମ୍’ ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ଐଶ୍ୱର୍ୟ୍ୟା ରାୟଙ୍କ ସ୍ୱାମୀ ବନରାଜ ର ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମଟି ବଡ ପରଦାରେ ଖୁବ୍ ହିଟ୍ ହୋଇଥିଲା । ଏହା ପରେ ଅଜୟ ଦେବଗନ ଅନେକ ଦିନ ହେବ ସଞ୍ଜୟଙ୍କର କୌଣସି ଫିଲ୍ମରେ ଭାଗ ନେଇନଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular