spot_img

ପଶ୍ଚିମବଙ୍ଗରେ ପୋଷ୍ଟର ୱାର

କଲିକତା: ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ପୋଷ୍ଟର ୱାର ଦେଖିବା ପାଇଁ ମିଳିଛି । ଶାସକ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ହୋଇଛି ଏହି ୱାର । ଭାଜପା ତା’ର ମହିଳା ନେତାଙ୍କ ପୋଷ୍ଟର ଜାରି କରି କହିଛି ପଶ୍ଚିମବଙ୍ଗକୁ ତା’ର ଝିଅ ଦରକାର ପିଉସି ବା ମାଉସୀ ନୁହେଁ । ହେଲେ ଏହି ପୋଷ୍ଟର ଦେଖିବା ପରେ ଟିଏମସି କହିଛି ଭାଜପା ଯେଉଁ ୯ ଜଣ ନେତ୍ରୀଙ୍କୁ ଦର୍ଶାଇଛି ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ । ପ୍ରଥମେ ଏହାର ଉତ୍ତର ଦେଉ ଭାଜପା । ତେବେ ଏକ ଘରୋଇ ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରେ ଟିଏମସି ନେତା ଜିତେନ୍ଦ୍ର ତିୱାରୀ ଭାଜପାକୁ ପ୍ରଶ୍ନ କରିଛନ୍ତି ଆପଣଙ୍କର କେଉଁ ଝିଅ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବ । ତେବେ ଭାଜପା ଯେଉଁ ପୋଷ୍ଟର ଜାରି କରିଛି ସେଥିରେ ଭାଜପାର ୯ ନେତ୍ରୀଙ୍କୁ ପଶ୍ଚିମବଙ୍ଗର ଝିଅ ଦର୍ଶାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବୁଆ ବା ପିଉସି ଅଥବା ମାଉସି ବୋଲି ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular