ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରେ ଥିବା ଅସନ୍ତୋଷ ପୁଣି ଥରେ ଜଳ ଜଳ କରି ଦେଖାଦେଇଛି। ଦିଲ୍ଲୀ ହାଇକମାଣ୍ଡକୁ ବାର୍ତ୍ତା ଦେବାକୁ ଯାଇ ଅସନ୍ତୁଷ୍ଟ ୨୩ କଂଗ୍ରେସ ନେତା ଏକାଠି ହୋଇଛନ୍ତି ଜମ୍ମୁ କଶ୍ମୀରରେ। ଏକାଠି ବୈଠକ କରି ଦଳର ହାଇକମାଣ୍ଡକୁ ସୁଧାରିବା ପାଇଁ ଆହ୍ୱାନ କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଦଳର ଆମୁଳଚୁଳ ପରିବର୍ତ୍ତନ ପାଇଁ ଏହି ୨୩ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ପରେ ଦଳରେ ଏହି ନେତା ମାନେ କୋଣଠେସା ହୋଇଛନ୍ତି। ତେବେ ଏହି ୨୩ ନେତା ବୈଠକ କରିବା ବେଳେ ଗେରୁଆ ରଙ୍ଗର ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0