ମାର୍ଚ୍ଚ ମାସ ପାଇଁ ଆସିଲା କରୋନା ଗାଇଡଳାଇନ । ଗାଇଡଲାଇନ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ମାର୍ଚ୍ଚ ୧ରୁ ୩୧ ଯାଏଁ ଗାଇଡଳାଇନ ଜାରି । ବ୍ୟାପକ ସଚେତନତା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯାତ୍ରା ଓ ଅପେରା ପାଇଁ ମିଳିଳା ଅନୁମତି । ସର୍ବାଧିକ ୨୦୦୦ ଦର୍ଶକଙ୍କୁ ନେଇ ଚାଲିପାରିବ ଯାତ୍ରା । ସର୍ବସାରଣରେ ଛେପ ପକାଇଲେ ହେବ ଜୋରିମାନା । କମିଶନରରେଟ ପୁଲିସ କଡା ପଦକ୍ଷେପ ନେଇପାରିବ । ୬୫ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ବହାରକୁ ଯିବାକୁ ବାରଣ । ୧୦ ବର୍ଷରୁ କମ୍ ଓ ଗର୍ଭବତୀଙ୍କୁ ବାହାରକୁ ବାହାରିବାକୁ ବାରଣ । ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକ କ୍ଷେତ୍ରରେ ବାହାରକୁ ଯାଇପାରିବେ । ବିବାହ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବ ପ୍ରଶାସନ । ଦୋକାନ ବ୍ୟବସାୟିକ ପ୍ରତିଷ୍ଠାନ ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । ବାହାଘରରେ ଓ ସୁଦ୍ଧିକ୍ରିୟାରେ ମାସ୍କ ଦେବେ ଆୟୋଜକ । ରାଜ୍ୟ ବାହାର ଓ ରାଜ୍ୟ ଭିତରେ ଯାତ୍ରା କଟକଣା ନାହିଁ । ଅର୍ନ୍ତଜାତୀୟ ବିମାନ ଚଳାଚଳ ପାଇଁ ନିଷ୍ପତ୍ତି ନେବ ଗୃହ ମନ୍ତ୍ରାଳୟ ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0