ଆଠଗଡ : ସାତକୋଶିଆ ବାଲିପୁଟ ଇକୋ ରିଟ୍ରିଟରେ ଲାଗିଲା ନିଆଁ । ରବିବାର ଉଦଯାପିତ ହେବା ପୂର୍ବରୁ ପର୍ଯ୍ୟଟକ ରହୁଥିବା ଟେଣ୍ଟ ସବୁ ନିଆଁ ଲାଗି ପୋଡିଯାଇଛି । ରବିବାର ଇକୋ ରିଟ୍ରିଟ ଶେଷ ହୋଇଥାନ୍ତା । ତେବେ ସକାଳ ୫:୩୦ ସମୟରେ ହଠାତ ତିନୋଟି ଟେଣ୍ଟରେ ନିଆଁ ଲାଗି ଯାଇଥିଲା । ଟେଣ୍ଟ ଭିତରେ ରାତ୍ରି ଯାପନ କରୁଥିଲେ ଉଚ୍ଚ ପଦସ୍ଥ ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା ଅଳ୍ପକେ ବର୍ତ୍ତିଯାଇଛନ୍ତି । ସଂଜୀବ ପଣ୍ଡା ଓ ତାଙ୍କ ସାଥିମାନେ ଟେଣ୍ଟ୍ ଭିତରେ ଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0