କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ସ୍ଥିତ ନିଳାଦ୍ରୀ ସଂଘର ସେବା ଗୃହରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସ୍ଥାନୀୟ ସାଂସ୍ଖୃତିକ ସଂଗଠନ ସମିତ ସଦସ୍ୟଙ୍କ ତରଫରୁ ରକ୍ତଦାନ ପାଇଁ ଆସୁଥିବା ବ୍ୟକ୍ତି ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଯେଉଁ ମାନେ ରକ୍ତ ଦାନ କରିଛନ୍ତି ସେମସ୍ତଙ୍କ ପାଇଁ ସାର୍ଟିଫିକେଟର ବ୍ୟବସ୍ଥା କରାଯାଇଛି । ସମୁଦାୟ ୫୩ ୟୁନିଟର ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବଡବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଓ ପଦ୍ମଶ୍ରୀ ତୁଳସୀ ପଣ୍ଡା ଆନୁଷ୍ଠନିକ ଭାବରେ ଉଦଘାଟନ କରିଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0