ମାଲକାନଗିରି : ଫିଲ୍ମି ଷ୍ଟାଇଲରେ ଲୁଟ୍ । ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ରହୁଥିବା ଜଣେ ସୁନା ବ୍ୟବସାୟୀଙ୍କ ଘରେ ଗତ ୩ ମାସ ପୂର୍ବେ ଲୁଟେରାଜଣକ ଘର ଭଡ଼ା ନେଇ ରହିଥିଲେ। ସେଠାରେ ରହି ସମସ୍ତ ଗତିବିଧିକୁ ଦେଖି ଲୁଟର ଯୋଜନା ପ୍ରସ୍ତୁତ କରୁଥିଲା। ଏହାପରେ ଗତକାଲି ରାତି ୮ଟା ସମୟରେ ନିଜର ଚାକିରୀ ହୋଇଥିବା କହି ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା । ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ। ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରେ ପ୍ରବେଶ କରି ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲା ଭଡ଼ାଟିଆ । ଏପରିକି ଆଲମୀରା ପାଖରେ ଶୋଇଥିଲେ ମଧ୍ୟ ଜାଣିପାରିଲେ ନାହିଁ ପରିବାର ଲୋକେ। ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି। ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଲୁଟେରା ସିସିଟିଭିକୁ କାଟି ନେଇଯାଇଥିବା ବେଳେ ଲୁଟେରାର ଟେର ପାଇପାରୁନି ପୁଲିସ୍।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0