spot_img

ପିକଅପ ଭ୍ୟାନ ସହ ୫ଲକ୍ଷ ଟଙ୍କାର ଗଞ୍ଜେଇ , ଭାଙ୍ଗ ଜବତ…୨ ଗିରଫ

ଗଜପତି: କରୋନାକୁ ନେଇ ସାରା ରାଜ୍ୟ ଆତଙ୍କିତ ଥିବା ବେଳେ ଗଜପତି ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ତେବେ ଗତକାଲି ରାତିରେ ମୋହନା ପୋଲିସ ରାଣିଖମା-ବାଲିପଙ୍କ ଜଙ୍ଗଲ ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ବୋଲେରୋ ପିକଅପ ଭ୍ୟାନ ଠାରୁ ୧୨କୁଇଣ୍ଟାଲ ୩୫ କେଜିର ଗଞ୍ଜେଇ ଓ ଭାଙ୍ଗ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଗେଞ୍ଜେଇ ଆଦିବାସୀ ଗ୍ରାମ ଗୁଡିକରୁ ସଂଗ୍ରହ କରି ପୁରୀ ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଚୋରାଚାଲାଣ ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଅଭିଯୁକ୍ତ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ପ୍ରମୋଦ କୁମାର ଜେନା ଏବଂ ଅନ୍ୟ ଜଣେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରର ପୂର୍ଣ୍ଣଚନ୍ଦ୍ର ବଳ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular