spot_img

ଅନୁଗୁଳ; ବେଲାଦୁଲା ଗ୍ରାମରେ ପଡ଼ିଲା ଦ୍ୱିତୀୟ ଛାତ

ଅନୁଗୁଳ : ଅନ୍ଧବିଶ୍ୱାସରେ ବସବର୍ତ୍ତି ଥିବା ବେଲାଦୁଲା ଗ୍ରାମରେ ପଡ଼ିଲା ଦ୍ଵିତୀୟ ଛାତ । ଅନୁଗୁଳର କାନ୍ଦପଡ଼ା ଗ୍ରାମ ପଂଚାୟତର ବେଲାଦୁଲା ଗ୍ରାମରେ ଲୋକେ ଅନ୍ଧ ବିଶ୍ୱାସର ବସବର୍ତ୍ତି ହୋଇ ଘରର ଛାତ ପକାଉନଥିଲେ । ପ୍ରାୟ ୨୦୦ ବର୍ଷ ଧରି ଗ୍ରାମର ଲୋକେ ଘରର ଛାତ ପକାଉନଥିଲେ । ହେଲେ ଗତ ଫେବୃୟାରୀ ୧୦ ତାରିଖରେ ଏହାର ଅନ୍ତଘଟି ଗାଁରେ ପ୍ରଥମ ଛାତ ପଡ଼ିଥିଲା । ଏହା ପରେ ମାର୍ଚ୍ଚ ୨ ରେ ଗାଁରେ ଦିତ୍ୱୀୟ ଥର ଛାତ ପଡ଼ିଛି । ପୁର୍ବରୁ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ଘର ନିର୍ମାଣ ପାଇଁ ବଂଞ୍ଚିତ ହେଉଥିଲେ ଗ୍ରାମବାସୀ । ତେବେ ବର୍ତିମାନ ଗ୍ରାମବାସୀ ଛାତ ଘର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular